Saturday, September 22, 2018

୩୬ ମାସ ପରେ ମୁଁ କାରଖାନାକୁ ଲୋକାର୍ପଣ କରିବି: ମୋଦି


ଭୁବନେଶ୍ୱର-ରାଂଚି-ରାୟପୁର ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦର ହେବ ତ୍ରିବେଣୀ ସଂଗମ ଗର୍ଜନବାହାଲ, ଦୁଲଙ୍ଗା ଖଣି ପ୍ରକଳ୍ପ ସହ ଝାରସୁଗୁଡାବରପାଲି-ସରଡେଗା ରେଳ ଲିଙ୍କ୍ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ଓଡିଶା ସରକାର ବିକାଶ ପ୍ରତି ଉଦାସିନ, କାଗଜ କଲମରେ ଚାଲିଛି ପ୍ରଗତି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଓଡିଶାରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଘୋଷଣାର ଲାଭ ପାଉନାହାନ୍ତି ଚାଷୀ ମଣ୍ଡିରେ ଧାନ ଚାଷୀଙ୍କୁ ମିଳୁନି ନ୍ୟାୟ ସ୍ୱାସ୍ଥ୍ୟ ସେବା, ପୁଷ୍ଟିସାଧନ, ସ୍ୱଚ୍ଛତା ରକ୍ଷା, ଲିଙ୍ଗଗତ ନ୍ୟାୟ, ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ କ୍ଷେତ୍ରରେ ଓଡିଶା ପଛୁଆ କେନ୍ଦ୍ରୀୟ ସହାୟତାର ବିନିଯୋଗ ଆଖିଦୃଶିଆ ନୁହଁ ଓଡିଶାରେ ଏକ କୋଟିଙ୍କୁ ମିଳିଛି ମୁଦ୍ରା ଋଣ ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଗାଣ ସ୍କିମ ପାଇଁ ପ୍ରତି ମାସରେ ୪୫୦ କୋଟି ଟଙ୍କା ଦେଉଛନ୍ତି କେନ୍ଦ୍ର ସରକାର ସ୍ୱଚ୍ଛତା ଅଭିଯାନରେ ଓଡ଼ିଶାକୁ ଅନେକ କିଛି କରିବା ବାକି ଅଛି କଟକ, ବୁର୍ଲା, ବ୍ରହ୍ମପୁର ମେଡିକାଲ କଲେଜର ଆଧୂନିକୀକରଣ ପାଇଁ ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ଏଲପିଜି ସଂଯୋଗ ହାର ୨୨ ରୁ ୬୫ ପ୍ରତିଶତକୁ ବୃଦ୍ଧି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଆବାସ ଯୋଜନାରେ ଓଡ଼ିଶାକୁ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ ମଂଜୁରି ଓବିସି କମିଶନକୁ ସାମ୍ବିଧାନିକ ମର୍ଯ୍ୟାଦା, ଏନଡିଏ ସରକାରଙ୍କ ଐତିହାସିକ ନିଷ୍ପତ୍ତି ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଆଗରେ

ତାଳଚେର/ଝାରସୁଗୁଡା, ୨୨/୯: ଶନିବାର ପୂର୍ବାହ୍ନରେ ତାଳଚେରଠାରେ ବହୁ ଦିନରୁ ପଡି ରହିଥିବା ତାଳଚେର ସାର କାରଖାନାର ବହୁ ପ୍ରତୀକ୍ଷିତ ପୁନରୁଦ୍ଧାର କାର୍ଯ୍ୟକ୍ରମର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହତ୍ତ୍୍ୱାକାଙ୍କ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ  । ଆଧୁନିକ ପ୍ରଯୁକ୍ତି କୋ÷ଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡିରହିଛି  । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ‘ଆଧୁନିକ ଟେକ୍ନୋଲୋଜି’ରେ ଚାଲୁକରିବା କରିବା ଲାଗି ସଂକଳ୍ପ ନେଲେ  । ଏହି ନିଷ୍ପତ୍ତିର ଅଂଶ ସ୍ୱରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି  । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସିବେ ଏବଂ ନବନିର୍ମିତ ସାର କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ  । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ସାଡେ ୪ ହଜାର ଲୋକ କାର୍ଯ୍ୟ କରିବେ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ  । ଏବେ ବିଦେଶରୁ ୟୁରିଆ ଆମଦାନହେଉଛି  । ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି  । ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ  । ଏଥିସହିତ ବିଦେଶରୁ ୟୁରିଆ ଆମଦାନୀ ମଧ୍ୟ କମିବ  । ଅନେକ ଲୋକଙ୍କୁ ସାର କାରଖାନାରେ ନିଯୁକ୍ତି ସୁବିଧା ମିଳିବ  । ଏହି ସଂକଳ୍ପ ନେଇ ଗ୍ୟାସ ଆଧାରିତ ସାର କାରଖାନାର ନିର୍ମାଣ କାର୍ଯ୍ୟକୁ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଳଚେରରେ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ  । ସେ କହିଥିଲେ ଯେ ତାଳଚେର ସାର କାରଖାନା ନୂଆ ଓଡ଼ିଶା ନିର୍ମାଣର ନୂଆ ଜୀବନଗାଥା ହେବ  । ଏହି ମାଟିରେ ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ଦାସ, ବୈଷ୍ଣବ ପଟନାୟକ, ବାଜି ରାଉତ, ରାଜା ସୋମନାଥ ସିଂହଙ୍କ ଭଳି ବୀର ପୁତ୍ରମାନେ ଜନ୍ମ ନେଇ ସମାଜ ସଂସ୍କାର ଦିଗରେ କାର୍ଯ୍ୟ କରିବା ସହ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ  । ଏଣୁ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି  । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ  । ରୁଗ୍ଣ ସାର କାରଖାନା ବିଗତ ସରକାରର ବିଫଳତା ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ଏନଡିଏ ସରକାର ପାଇଁ ସଫଳତାର ପ୍ରତୀକ ହେବ  । ପୂର୍ବ ସରକାର ବେଳେ ଅନେକ କାରଖାନା ବନ୍ଦହୋଇ ପଡିରହିଥିଲା  । ତେବେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଦେଶରେ ରସାୟନିକ ସାରକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯାଉଛି  । ଏହି କାରଖାନାଗୁଡିକ ହେଲା- ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି, ତେଲଙ୍ଗାନାର ରାମଗୁଣ୍ଡମ୍ ଏବଂ ବିହାରର ବରୋ÷ଣୀ ସାର କାରଖାନା  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସମ୍ବଳ ଥିଲା, ସଂଶାଧନ ଥିଲା, ଏବଂ ଟେକ୍ନୋଲୋଜି ମଧ୍ୟ ରହିଥିଲା, କିନ୍ତୁ ପୂର୍ବ ସରକାରର ସଂକଳ୍ପ କି ପ୍ରତିବଦ୍ଧତା ନଥିଲା, ଏଣୁ ସେମାନେ ଅସଫଳ ରହିଥିଲେ  । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସମ୍ୟକ ସୂଚନା ଦେଇ କହିଥିଲେ ଯେ ଏହି ଯୋଜନା ଗରିବ ଲୋକଙ୍କୁ ଆର୍ଥିକ ସ୍ୱାକ୍ଷର କରିବା ସହ ବ୍ୟାଙ୍କ ସେବା ନେଟୱାର୍କ ମଧ୍ୟକୁ ଆଣିପାରିଛି  । ଜନ ଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି  । ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ କିଭଳି କେନ୍ଦ୍ର ସରକାରଙ୍କ ଅର୍ଥ ବାଟମାରଣା ହେଉଛି କହିଥିଲେ  । କେନ୍ଦ୍ରରୁ ଆସୁଥିବା ଅର୍ଥ ୮୫ ପ୍ରତିଶତ ବାଟମାରଣା ହେଉଥିବା ବେଳେ ମାତ୍ର ୧୫ ଭାଗ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ  । ଏବେ ଏନଡିଏ ସରକାର ଏହି ବାଟମାରଣାକୁ ଜନଧନ ଯୋଜନା ଏବଂ ଆଧାର ସଂଯୋଗୀକରଣ ତଥା ଡିବିଟି ମାଧ୍ୟମରେ ସଂପୂର୍ଣ୍ଣ ରୂପେ ରୋକିବାରେ ସଫଳ ହୋଇଛନ୍ତି  । ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାର ସବୁ ଯୋଜନାର ସବସିଡି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛି  । ବାଟମାରଣା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି  । ଏପରିକି ୟୁରିଆ ସାରରେ ନିମ ପ୍ରଲେପ ଦ୍ୱାରା ଏହାର ବାଟମାରଣା ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ସଭା ପ୍ରାରମ୍ଭରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଏହି କାରଖାନା ଦ୍ୱାରା ତାଳଚେର ଅଞ୍ଚଳବାସୀଙ୍କ ମୁହଁରେ ପୁଣି ଥରେ ହସ ଫୁଟି ଉଠିବ । ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ‘ଉଡ଼ାନ’ର ଶୁଭାରମ୍ଭ କରିଛନ୍ତି । ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଏବଂ ଆଧୁନିକ ଭିତ୍ତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି । ଏହି ବିମାନବନ୍ଦରକୁ ଉଦ୍ଘାଟନ କରି ସେ ଗୌରବାନ୍ୱିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଞ୍ଚି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ । ବହୁଦିନ ପର୍ଯ୍ୟନ୍ତ ଏଭଳି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁଜରାଟର କଛ ଅଂଚଳ ଏକ୍ ମରୁଭୂମି । ତଥାପି ସେଠାରେ ଜିଲ୍ଲାରେ ୫ଟି ବିମାନବନ୍ଦର ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି । ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ମାତ୍ର ୪୫୦ଟି ଉଡ଼ାଜାହାଜ ରହିଥିଲା । ଏବେ ଗତ ପ୍ରାୟ ବର୍ଷକ ମଧ୍ୟରେ ୯୫୦ ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି । ଏଥିରୁ ଜଣାପଡୁଛି ଯେ ଦେଶରେ ବିମାନ ଚଳାଚଳ ସେବା ଉଡ଼ାଣ ଯୋଜନାରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ । ସବ୍କା ସାଥ୍ ସବ୍କା ବିକାଶର ମହତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଉଡ଼ାଣ ଯୋଜନାରେ ଅନେକ ଅଂଚଳକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ମିଳିଛି । ଏହା ଆଞ୍ଚଳିକ ବୈଷମ୍ୟକୁ ମଧ୍ୟ ଦୂର କରିବ । ପଶ୍ଚିମ ଭାରତ ବିକାଶ କ୍ଷେତ୍ରରେ ଆଗୁଆ ରହିଥବାବେଳେ ପୂର୍ବ ଭାରତ ମଧ୍ୟ ତା ସହିତ ତାଳଦେଇ ଚାଲିବାକୁ ପଡ଼ିବ । ତେବେ ଏଥିଲାଗି ବିକାଶର ରାସ୍ତା ବାଛିବାକୁ ପଡ଼ିବ । ଆଉ ଦିନକ ପରେ ସେ ସିକିମ୍ରେ ମଧ୍ୟ ଏକ ନୂଆ ବିମାନବନ୍ଦରକୁ ଉଦ୍ଘାଟନ କରିବେ । ସେ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ହୋଇ ରହିଛି । ଏହାର ବିନିଯୋଗ ଦ୍ୱାରା ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ସୁନିଶ୍ଚିତ ହେବ । ରେଳ ସଂଯୋଗ, ବିମାନ ସଂଯୋଗ, ସଡ଼କ ସଂଯୋଗ, ଜଳପଥ ସଂଯୋଗ ସାଙ୍ଗକୁ ସୂଚନା ହାଇୱେର ବିକାଶ ଆଧୁନିକ ଭାରତ ପାଇଁ ନିହାତି ଆବଶ୍ୟକ । ଆଦିବାସୀବହୁଳ ଅଂଚଳରେ ଏସବୁର ବିକାଶ ଦ୍ୱାରା ଆଂଚଳିକ ବୈଷମ୍ୟ ଦୂର କରାଯାଇପାରିବ । ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ କହିଥିଲେ ଯେ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡ୍କୁ ବିକାଶିତ କରାଯାଉଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାରୋହରେ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍ଡେଗା ରେଳ ଲିଙ୍କ୍କୁ ମଧ୍ୟ ଲୋକାର୍ପଣ କରିଥିଲେ । ପରେ ଅମଲିପାଲିଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡ଼ା-ସରଡେଗା ରେଳ ଲିଙ୍କ ଏବେ କୋଇଲା ଖଣିରୁ କୋଇଲା ଯୋଗାଣ ଲାଗି ଉତ୍ସର୍ଗୀକୃତ । କିନ୍ତୁ ଭବିଷ୍ୟତରେ ଏହି ରେଳପଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ । ପ୍ରଥମ ପୃଷ୍ଠାରୁ ... ଗାଡ଼ି ଚାଳନାବେଳେ ଦୁର୍ଘଟଣାରେ ମଲେ ମିଳିବ (ଆଇଆର୍‍ଡିଏଆଇ) ନିର୍ଦ୍ଦେଶ ଦେଇଛନ୍ତି  । ଏହି ବାବଦକୁ ବୀମାଧାରୀମାନେ ବାର୍ଷିକ ଅତିରିକ୍ତ ୭୫୦ ଟଙ୍କାର ପ୍ରିମିୟମ୍‍ ଦେବେ  । ଥାର୍ଡ ପାଟି ବୀମା କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ପୂର୍ବରୁ ଆଇଆର୍‍ଡିଏଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବାବେଳେ ୨ଟି ଯାକ ବୀମା ପଲିସି କିଭଳି ଏକାସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଇଆର୍‍ଡିଏଆଇ ବୀମା କମ୍ପାନୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି  ।